ରିପୋର୍ଟ କାର୍ଡ / ଭୁବନେଶ୍ବର
୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ କରି ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଛାଡ଼ି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୋଲିସ ତାଙ୍କୁ ଛାଡ଼ିଥିବା ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ- ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭଟି ସଚିବ ଭିକେ ପାଣ୍ଡିଆନ ଦୁଇ ଦିନ ଧରି ପୁରୀ ଜିଲ୍ଲା ଗସ୍ତରେ ରହିଥିଲେ । ଗତକାଲି ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଥିଲା। ସଭାସ୍ଥଳକୁ ଯିବାବେଳେ ହିଁ ପଡ଼ିଆ ନିକଟରେ କଣାସ ଅଂଚଳର ଭାସ୍କର ସାହୁ ତାଙ୍କ ଉପରକୁ କାଳିମାଡ଼ କରିଥିଲେ। ଲୋକଙ୍କ ଗହଳି ମଧ୍ୟରେ ଥାଇ ସେ ଯେଉଁ କାଳି ଫୋପାଡ଼ି ଥିଲେ ତାହା ଉଭୟ ଶ୍ରୀ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ଓ ଦେହରେ ପଡ଼ିଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..