ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩କୁ ସହଜ ଅବତରଣ କରାଇବା ପାଇଁ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଗତ ମଧ୍ୟରାତ୍ରି ଅର୍ଥାତ ଅଗଷ୍ଟ ୨୦ ରାତି ୧ଟା ୫୦ ମିନିଟରେ ଦ୍ଵିତୀୟ ତଥା ଅନ୍ତିମ ଡ଼ି-ବୁଷ୍ଟିଙ୍ଗ ପ୍ରକ୍ରିୟା ସମ୍ପନ୍ନ କରିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ର ଠାରୁ ୧୩୪ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ମଧ୍ୟରେ ୨୫ କିଲୋମିଟର ଦୂରରୁ ପ୍ରଦକ୍ଷିଣ କରୁଛି। ସୂଚନା ଅନୁଯାୟୀ, ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବା ଅଂଚଳରେ ସୂର୍ଯ୍ୟାଲୋକ ପଡିବା ପରେ ଲ୍ୟାଣ୍ଡର ମୋଡ୍ୟୁଲ ଭିତରେ ଥିବା ଯନ୍ତ୍ରାଂଶ ଗୁଡିକର ଶେଷ ଥର ପାଇଁ ଯାଞ୍ଚ କରାଯିବ ଓ ଆବଶ୍ୟକ ପଡିଲେ ଇସ୍ରୋ ଅପଡେଟ କରିବ। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଓ ୧୪ ଦିନ ଆଲୋକିତ ହୋଇଥାଏ। ଅଗଷ୍ଟ ୨୩ରେ ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡିବ ଓ ସେହିଦିନ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଅବତରଣ କରିବ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……