Report Card Odisha

| Daily Odia News

ବନ୍ଧୁକଧାରୀଙ୍କ ଆକ୍ରମଣରେ ୨୧ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଦ୍ରୋହ ପ୍ରପୀଡ଼ିତ ମୋମ୍‌ତି ଅଞ୍ଚଳର ଗୋଟାଏ ଗାଁ’ରେ ଆକ୍ରମଣ କରି ବନ୍ଧୁକଧାରୀମାନେ ୨୧ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି | ମିଳିଥିବା ସୂଚନା ଅନୁସାରେ- ଶନିବାର ଅପରାହ୍ଣରେ ଅଜ୍ଞାତ ଆକ୍ରମଣକାରୀମାନେ ବାନ୍ଦିଆଗାରା ସହର ନିକଟରେ ଅବସ୍ଥିତ ୟାରୌ ଗାଁ’ରେ ଆକ୍ରମଣ କରିଥିଲେ। ଏଇଟା ଥିଲା ବାସ୍ତବରେ ନରସଂହାର, ସଶସ୍ତ୍ର ଲୋକେ ଆକସ୍ମିକ ଭାବ‌େ ଗାଁ ଭିତରେ ପ୍ରବେଶ କରି ‌ଜନତାଙ୍କ ଉପରେ ଗୁଳି ଚଳାଇଲେ। ପ୍ରାୟ ୨୦ରୁ ୩୦ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି। ଦ୍ବିତୀୟ ସୂତ୍ର କହିଛି ଯେ, ମହିଳାଙ୍କ ସମେତ ମୃତ୍ୟୁସଂଖ୍ୟା ୨୧ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୧୧। ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୌଣସି ସଂଗଠନ ଏପର୍ଯ୍ୟନ୍ତ ଦାବି କରି ନାହାନ୍ତି। ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଭୀଷଣ ବିଦ୍ରୋହ ବିପକ୍ଷରେ ସଂଗ୍ରାମ ଚଳାଇଛି। ଏହି ବିଦ୍ରୋହ ‘ଅଲ୍‌ କାଏଦା’ ଓ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଭଳି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହିତ ସମ୍ପୃକ୍ତ ଅଛି। ୨୦୧୨ରେ ତ୍ବାରେଗ୍‌ ବିଚ୍ଛିନ୍ନତାବାଦୀ ବିଦ୍ରୋହ ଆରମ୍ଭ ‌ହେବା ପରେ ସେଠାରେ ଆତଙ୍କବାଦୀ ସଙ୍ଗଠନର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସେବେଠାରୁ ଆତଙ୍କବାଦୀମାନେ ସାହାରାର ଦକ୍ଷିଣ ପ୍ରାନ୍ତରେ ଥିବା ସାହେଲ୍‌ ଅଞ୍ଚଳ ଅନ୍ତର୍ଗତ ଅନ୍ୟାନ୍ୟ ଦେଶକୁ ବ୍ୟାପି ଯାଇ ବହୁ ଅଞ୍ଚଳ ଦଖଲ କରିବା ସହିତ ହଜାର ହଜାର ଲୋକଙ୍କୁ ହତ୍ୟା କରୁଛନ୍ତି।

Breaking News