ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଟମାଟୋ ପରେ ପିଆଜ ଦବ ଦରବୃଦ୍ଧି ପାଇଛି | ପିଆଜର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ସେଥିପାଇଁ ପିଆଜ ଉପରେ ରପ୍ତାନି ଟିକସକୁ ୪୦%କୁ ବୃଦ୍ଧି କରାଯାଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ବର୍ଦ୍ଧିତ ରପ୍ତାନି ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି | ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି। କାରଣ ଟିକସ ବଢ଼ିଲେ ରପ୍ତାନି କମିଯିବ। ଆଉ ଦେଶରେ ଲୋକଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….