ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଡୋଶୀ ପାକିସ୍ତାନରୁ ଏକ ଦୁଖଦଃ ସମ୍ବାଦ ଆସିଛି। ଏକ ଚଳନ୍ତା ବସରେ ନିଆଁ ଲାଗି ଯିବା ଫଳରେ ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜିଓ ନିୟୁଜ ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବର ପିଣ୍ଡି ଭଟିୟା ସହରରେ ଫୈସଲାଵାଦ ରାସ୍ତାରେ ଆଜି ପାହାନ୍ତା ପ୍ରହରରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ବସଟି କରାଚୀରୁ ଇସ୍ଲାମାବାଦ ଯାଉଥିଲା। ବସରେ ୪୦ ଜଣ ଯାତ୍ରୀ ଓ ୪ ଜଣ ବସ କର୍ମଚାରୀ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଜେଲ ବୋଝେଇ ପିକଅପ ଭ୍ୟାନ ସହ ଧକ୍କା ଖାଇଥିଲା। ଡିଜେଲ ବସ ଉପରେ ପଡିଯିବାରୁ ନିଆଁ ଲାଗି ଯାଇଥିଲା। ପାହାନ୍ତା ସମୟ ହୋଇଥିବାରୁ ଯାତ୍ରୀମାନେ ଶୋଇ ଥିବାରୁ ହଠାତ ବାହାରକୁ ବାହାରିବା ସମ୍ଭବ ହୋଇ ନ ଥିଲା। ସୂଚନା ଅନୁଯାୟୀ, ଉଭୟ ଗାଡିର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..