ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ୮ ବର୍ଷ ହେବ ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ | ଧରିବା ଲାଗି ଚେଷ୍ଟା ଚଳାଇ ବିଫଳ ହେବା ପରେ ଓଡ଼ିଶା ଭିଜିଲାନ୍ସ, ଏଥର ସଫଳ ହୋଇଛି। ଆଜି ରମେଶ ଚନ୍ଦ୍ର ସାହୁ ଆସାମରୁ ଦିଲ୍ଲୀ ଫେରିଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାଡ଼ବସିଥିଲା। ଏହାପରେ ତାଙ୍କୁ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ଏହାପରେ ରମେଶ ଚନ୍ଦ୍ର ସାହୁଙ୍କୁ ଓଡ଼ିଶା ଅଣାଯାଉଥିବା ଜଣାଯାଇଛି। ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ୭ଟି ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ନାଁରେ ୭ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ। ଏହାପରଠାରୁ ସେ ବିଭିନ୍ନ ସ୍ଥାନରେ ରହି ଆସୁଥିଲେ। ଭିଜିଲାନ୍ସ ତାଙ୍କୁ ଖୋଜାଖୋଜି କରି ଅବଶେଷରେ ଦିଲ୍ଲୀରେ ଠାବ କରିଥିଲା।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..