ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତିନିଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିନୟ କ୍ବାତ୍ରା। କରୋନା ମହାମାରୀ ପାଇଁ ତିନିବର୍ଷ ହେଲା ବ୍ରିକ୍ସ ସମ୍ମିଳନୀ ଆଭାସି ମାଧ୍ୟମରେ ହୋଇଥିବାବେଳେ ଚଳିତବର୍ଷ ପ୍ରତ୍ୟକ୍ଷ ବୈଠକ ହେବ। ବ୍ରିକ୍ସ ସମ୍ମିଳନୀରେ ଅବସରରେ ମୋଦୀ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ତେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ କି ନାହିଁ ତାହା ଚୂଡାନ୍ତ ହୋଇପାରି ନାହିଁ। ଜୋହାନ୍ସବର୍ଗ ବୈଠକ ଶେଷ ପରେ ମୋଦୀ ଅଗଷ୍ଟ ୨୫ରେ ଗ୍ରୀସ୍ ଗସ୍ତ କରିବେ। ଗ୍ରୀସ୍ ପ୍ରଧାନମନ୍ତ୍ରୀ କେରିଆକୋସ୍ ମିଟସୋଟାକିସ୍ଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଗ୍ରୀସକୁ ସରକାରୀ ଗସ୍ତ କରିବେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….