Report Card Odisha

| Daily Odia News

୨୦୨୪ରେ ସମ୍ବିଧାନ ନାଁ ବଦଳାଇଦେବେ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ବିଭିନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ନେଇ ଜେଡିୟୁ ସଭାପତି ଲଳନ ସିଂହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲଳନ ସିଂହ କହିଛନ୍ତି, ମୋଦୀ ଯଦି ୨୦୨୪ରେ କ୍ଷମତାକୁ ପୁଣି ଫେରିବେ ତେବେ ସେ ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବିଧାନକୁ ପରିବର୍ତ୍ତନ କରି ଏହି ସ୍ଥାନରେ ‘ନରେନ୍ଦ୍ର ମୋଦୀ ସମ୍ବିଧାନ’ ଆଣିବେ। ବିହାରର ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋଦୀ ଗତ ୯ ବର୍ଷ ମଧ୍ୟରେ କ’ଣ ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାହା ସେ କହିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ କେବଳ ଅନେକ ନାମ ପରିବର୍ତ୍ତନ ବୃଦ୍ଧି ପାଇବା ଦେଖିଛି। ଗତ କିଛି ବର୍ଷ ମଧ୍ୟରେ ସହର, ରେଳଷ୍ଟେସନ୍‌ ଏବଂ ଦ୍ବୀପ ଗୁଡ଼ିକର ନାମ ବଦଳିଛି। ନିକଟରେ ‘ରାଜପଥ’ର ନାମ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’ ରଖାଯାଇଥିଲା। ମୋଦୀ ଯଦି ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବେ ତେବେ ସେ ସମ୍ବିଧାନର ନାମ ମଧ୍ୟ ବଦଳାଇଦେବେ।

Breaking News