ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୪୭ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ ପାଇଁ ରୁଷ୍ ଲୁନା-୨୫କୁ ପଠାଇଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି। ଏଥିରେ ଭାଙ୍ଗିପଡ଼ିଛନ୍ତି ରୁଷ୍ର ୯୦ ବର୍ଷୀୟ ପଦାର୍ଥବିତ୍ ଓ ଜ୍ୟୋତିର୍ବିଜ୍ଞାନୀ ମିଖାଇଲ ମାରୋଭ। ଲୁନା-୨୫ର ବିଫଳତାରେ ହତୋତ୍ସାହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା ମାରୋଭଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁନା-୨୫ ବିଫଳତାର କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଅନ୍ତର୍ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ମାରୋଭ କହିଥିଲେ, ଯେ ୪୭ ବର୍ଷ ପରେ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷ୍ ଏଥିରେ ସଫଳ ହେବ ଓ ସେ ତାହା ନିଜ ଆଖିରେ ଦେଖିବେ ବୋଲି ଆଶା କରିଥିଲେ। ହୁଏତ ଶେଷ ପର୍ଯ୍ୟାୟରେ ଆଲ୍ଗୋରିଦିମ୍ରେ କେଉଁଠି ତ୍ରୁଟି ରହିଗଲା ବୋଲି ସେ କହିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….