ରିପୋର୍ଟ କାର୍ଡ / ଭୁବନେଶ୍ବର
ବେଆଇନ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ଆଜି ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୧୪ କୋଟି ୨୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ୧୬ଟି ସ୍ଥାନରେ ସର୍ଚ୍ଚ ପରେ ହିସାବ ବହିର୍ଭୂତ ସମ୍ପତ୍ତି ମିଳିଛି । ବିଭିନ୍ନ ବ୍ୟାଙ୍କ ଖାତାରେ ୧୦କୋଟି ଟଙ୍କା ଜମା ହୋଇଛି । ବାପ-ପୁଅଙ୍କର ୫ କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ବିଭିନ୍ନ ଆକାଉଣ୍ଟରେ ଉଭୟଙ୍କର ୧୦ କୋଟି ନଗଦ ଟଙ୍କା ଥିବା ତଦନ୍ତ ସମୟରେ ଜଣାପଡିଥିଲା । ୨୦୨୦ ମସିହା ନଭେମ୍ବର ରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଆୟ ବହିର୍ବଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଅଭୟ କାନ୍ତପାଠକଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ସମୟରେ ଟଙ୍କା, ସୁନା ଗହଣା ଜବତ କରିବା ସହ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..