ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଜୋରାମର ଆଇଜୋଲ ସାଇରଙ୍ଗ ଅଞ୍ଚଳରେ ଏକ ନିର୍ମାଣାଧୀନ ରେଲୱେ ପୋଲ ଭୁଶୁଡି ୧୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଘଟଣା ସମୟରେ ଅଞ୍ଚଳରେ ୩୫-୪୦ ଜଣ ଉପସ୍ଥିତ ଥିଲେ। ସଭିଏଁ ପୋଲ ଭୁଶୁଡିବା ପରେ ଏହା ତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଆଇଜୋଲ ଠାରୁ ୨୧ କିମି ଦୂରରେ ସକାଳ ୧୦ଟାରେ ଘଟିଛି।ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ପାଇ ରେଲୱେ ଅଧିକାରୀ ଉକ୍ତ ସ୍ଥାନକୁ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..