Report Card Odisha

| Daily Odia News

ପଦ ହରାଇଲେ ସରପଞ୍ଚ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ମିଥ୍ୟା ସତ୍ୟପାଠ କରିଥିବାରୁ ସରପଞ୍ଚ ପଦ ହରାଇଛନ୍ତି ଝିଲ୍ଲୀପ୍ରଭା ବେହେରା । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଏକତାଳି ପଞ୍ଚାୟତ ସରପଞ୍ଚ ଝିଲ୍ଲୀପ୍ରଭା ବେହେରା ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ୧୪୭ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ । ତାଙ୍କର ୩ଟି ସନ୍ତାନ ଥିବାବେଳେ ନିଜ ସତ୍ୟପାଠରେ ଦୁଇଟି ସନ୍ତାନ ଥିବା ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଦେବଶ୍ରୀ ଦାଶ ସରପଞ୍ଚଙ୍କର ୩ଟି ସନ୍ତାନ ଥିବା ଦର୍ଶାଇ ସିଭିଲ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଅଦାଲତ ମାମଲାର ବିଚାର କରି ଝିଲ୍ଲୀପ୍ରଭାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଜଣାପଡ଼ିଛି।

Breaking News