ରିପୋର୍ଟ କାର୍ଡ / ବଲାଙ୍ଗୀର
ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ ରହିଥିବା ସୂଚନା ମିଳୁଛି। କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି। ରାତି ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ଗାଁର ହିଁ ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିl ଏହି ମାମଲାରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..