Report Card Odisha

| Daily Odia News

ଅପରାଜିତାଙ୍କ ନାଁରେ ମାନହାନି ମକଦ୍ଦମା !…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି କିରୁଥିକା ପ୍ରଭାକରନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିବା ପରେ କିରୁଥିକା ପ୍ରଭାକରନଙ୍କ ଓକିଲ ମାନସ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପରାଜିତାଙ୍କୁ ଲିଗାଲ ନୋଟିସ ପଠାଇବୁ, କ୍ଷମା ନ ମାଗିଲେ ମାନହାନି ମକଦ୍ଦମା କରାଯିବ। ମାନସ ମହାପାତ୍ର ଆହୁରି କହିଛନ୍ତି, ସବୁ ଜମି ଆଇନ ଅନୁଯାୟୀ କିଣା ଯାଇଛି। ବେଆଇନ ଭାବେ କିଛି ଜମି କିଣା ଯାଇନାହିଁ। କେତେ ଜମି କିଣା ଯାଇଛି ଅପରାଜିତା ଜାଣି ନାହାନ୍ତି। ଘୋ ଘା କରି ହଟଚମଟ କରିବା ତାଙ୍କର ଉଦ୍ଦେଶ୍ୟ। ସେ ସାମ୍ବାଦିକ ସମ୍ମିଳନୀରେ ମିଥ୍ୟା ତଥ୍ୟ ଦେଇଛନ୍ତି। ଜଣେ ଭାରତୀୟ ହିସାବରେ ଜଣେ ଜମି କିଣି ପାରିବେ। ସେ ସାମ୍ବାଦିକ ସମ୍ମିଳନୀରେ ନାଁ ନେଇଛନ୍ତି କମ୍ପାନିର ନାଁ ମଧ୍ୟ ନେଇଛନ୍ତି। କିରୁଥିକାଙ୍କୁ ଜମି ଜବରଦଖଲକାରୀ କହି ତାଙ୍କ ସମ୍ମାନହାନି କରିଛନ୍ତି। ଏଥିରେ ଅପରାଜିତାଙ୍କ ରାଜନୈତିକ ଅଭିସନ୍ଧି ଥାଇପାରେ। ଉଲ୍ଲେଖଯୋଗ୍ୟ , ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା ଶ୍ରୀମତୀ କିରୁଥିକା ପ୍ରଭାକରନଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଛନ୍ତି। ଏନେଇ ସରକାରଙ୍କ ନିକଟରେ ଅଭିଯୋଗ କରି ଲୋକମାନେ ବାରମ୍ବାର ଅଭିଯୋଗ କଲେଣ, ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି, ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି, କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି। କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ। ୩୦୦ ଚାଷୀ ପରିବାରଙ୍କ ଜମି ରହିଛି ସେଥିରେ। ସେମାନେ ତାଙ୍କ ଜମି ଯାଉ ପାରୁନାହାନ୍ତି କି ପାଣି ପାଉ ନାହାନ୍ତି। ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି। ମାଇନିଂରୁ ପଇସା ଲଗେଇକି ତୃତୀୟ ମହଲା ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡ଼ପ କରୁଛନ୍ତି। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

Breaking News