Report Card Odisha

| Daily Odia News

୧୦୦କୋଟି ଟଙ୍କାର ଚେକ, ଥିଲା ମାତ୍ର ୧୭ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ ମନ୍ଦିରରେ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦାନ ବାକ୍ସରେ ପକାଇଥିବା ଜଣାପଡ଼ିବା ପରେ ମନ୍ଦିର ପ୍ରଶାସନ ଖୁସି ହୋଇ ବ୍ୟାଙ୍କ ଯାଇଥିଲା। ବ୍ୟାଙ୍କ ପହଞ୍ଚିବା ପରେ ସେଠାରେ ଥିବା କର୍ମଚାରୀମାନେ ଯାହା କହିଥିଲେ ବ୍ୟାଙ୍କ ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ବାରୀ ଦେବସ୍ଥାନମ୍ ମନ୍ଦିରର ଦାନବାକ୍ସ ଖୋଲା ଯାଇଥିଲା। ଦାନବାକ୍ସରୁ ରୁପା, ସୁନା ଅଳଙ୍କାର, ନଗଦଟଙ୍କା ସମେତ କିଛି ଚେକ ବାହାରିଥିଲା। ଏହି ଚେକ ମଧ୍ୟରୁ ଗୋଟିଏ ଚେକ ୧୦୦କୋଟି ଟଙ୍କାର ଥିଲା। ଏହି ଚେକ ଦେଖି ମନ୍ଦିର ପ୍ରଶାସନ ଖୁସି ହୋଇଯାଇଥିଲା। ଏହି ଟଙ୍କାରେ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାମ କରିବେ ବୋଲି ମନରେ ଆଶାବାନ୍ଧି ମନ୍ଦିର ପ୍ରଶାସନ ଚେକ୍ ଭଙ୍ଗାଇବାକୁ ବ୍ୟାଙ୍କରେ ପହଞ୍ଚିଥିଲେ। ୧୦୦ କୋଟିର ଚେକ୍ ପକାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି ତାଙ୍କ ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ଅଛି । ତେବେ ଏହି ଚେକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେହି ଜଣେ ମଜାକ କରି ଏମିତି ନକଲି ‌ଚେକ ମନ୍ଦିର ଦାନ ବାକ୍ସରେ ପକାଇ ଦେଇଥିବା କୁହାଯାଉଛି। ତେବେ କିଏ ଏହି ଚେକ ମନ୍ଦିରଦାନ ବାକ୍ସରେ ପକାଇଛି, ତାହାକୁ ନେଇପୋଲିସ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

Breaking News