ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଠାରେ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୩ ଆୟୋଜିତ ହେଉଛି । ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ଦୁଇ ଭାରତୀୟ ଜବେଲିନ୍ ଫିଙ୍ଗାଳି ମନୁ ଡି.ପି ଏବଂ ଓଡ଼ିଶାର କିଶୋର ଜେନା ମଧ୍ୟ ଫାଇନାଲକୁ ଉନ୍ନିତ ହୋଇଛନ୍ତି | ନୀରଜ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି । ପ୍ରଥମ ଉଦ୍ୟମରେ ନୀରଜ ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଭଲା ଫୋପାଡି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି । ଏବେ ତାଙ୍କର ନଜର ବିଶ୍ୱ ଚାମ୍ପିଅନସିପର ସ୍ୱର୍ଣ୍ଣପଦକ ଉପରେ ରହିଛି । ଗତବର୍ଷ ନୀରଜ ଚୋପ୍ରା ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଜିତିଥିଲେ । ଏବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..