ରିପୋର୍ଟ କାର୍ଡ / ବୌଦ୍ଧ
ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା ରାଉତରାୟ। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁଷ୍ପଲତା ରାଉତରାୟ। ଜବତ ହୋଇଥିବା ଏକ ବାଲି ବୋଝେଇ ଗାଡ଼ିକୁ ଛାଡ଼ି ଦେବାକୁ ସେ ଲାଞ୍ଚ ନେଉଥିଲେ। ତେବେ ଅଭିଯୋଗକାରୀ ଏନେଇ ପୂର୍ବରୁ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ତା’ର ଯୋଜନା ପ୍ରକାରେ ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଧରିଥିଲା।






More Stories
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..