ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ୮୫୦ଜଣ ଖେଳାଳିଙ୍କ ନାମ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟକୁ ପଠାଯାଇଥିଲା। ସେଥିମଧ୍ୟରେ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ ୬୩୪ଜଣ ଖେଳାଳିଙ୍କୁ ଅନୁମତି ପ୍ରଦାନ କରିଛି। ୨୦୧୮ ଏସୀୟ କ୍ରୀଡ଼ାରେ ୫୭୨ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଭାରତ ଏଥିରେ ୧୭ଟି ସ୍ବର୍ଣ୍ଣ ସହ ୭୦ଟି ପଦକ ଜିତିଥିଲା। ପ୍ରତିଯୋଗିତାରେ ଓଡ଼ିଶାରୁ ଦୌଡ଼କୁଦ ଜାଭେଲିନରେ କିଶୋର କୁମାର ଜେନା, ନୌଚାଳନାରେ ସୋନାଲୀ ସ୍ବାଇଁ ଓ ଋତୁ କାଉଡି, ମହିଳା ହକିରେ ଦୀପ୍ଗ୍ରେସ ଏକ୍କା ଓ ପୁରୁଷରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମହିଳା ଫୁଟବଲରେ ପ୍ୟାରୀ ଖାଖା ଓ ମନୀଷା ପାନ୍ନା ସ୍ଥାନ ପାଇବା ନେଇ ଆଶା କରାଯାଉଛି।






More Stories
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..