ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇସ୍ରୋ’ କମ୍ପ୍ଲେକ୍ସ୍ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ଉଦ୍ବୋଧନ ଦେଇ କହିଛନ୍ତି ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ବିକ୍ରମରେ ଭରି ରହିଛି ବିଶ୍ୱାସ । ସେହିପରି ରୋଭର ପ୍ରଜ୍ଞାନ ବି ପରାକ୍ରମରେ କାହାଠୁ କମ୍ ନୁହେଁ। ତେଣୁ ମୁଁ ଆପଣ ସମସ୍ତଙ୍କୁ ସାଲ୍ୟୁଟ କରୁଛି। ଆପଣଙ୍କ ଆତ୍ମ ବିଶ୍ୱାସ, ଧୈର୍ଯ୍ୟ ଓ କଠିନ ପରିଶ୍ରମ ନିକଟରେ ବି ବି ମୁଁ ନତମସ୍ତକ ହେଉଛି। କାରଣ ଏହା ହେଉଛି ନୂଆ ଭାରତର ନୂଆ ଚିନ୍ତାଧାର। ଏକବିଂଶ ଶତାଦ୍ଦିରେ ଭାତର ଦୁନିଆ ସମ୍ମୁଖରେ ଛିଡ଼ା ହୋଇଥିବା ବଡ଼ ବଡ଼ ସମସ୍ୟାର ସମାଧାନ ଆଖି ପିଛୁଳାକେ କରି ପାରିବ । ଅଗଷ୍ଟ ୨୩ର ପ୍ରତି ମୁହୂର୍ତ୍ତ ମୋ’ ଆଖି ଆଗକୁ ବାରମ୍ବାର ଚାଲି ଆସୁଛି। ଯେତେବେଳେ ଆମର ଚନ୍ଦ୍ରଯାନ ଅଙ୍ଗଦ ପରି ଚନ୍ଦ୍ର ଉପରେ ନିଜ ଗୋଡ଼ରେ ଛିଡ଼ା ହୋଇଥିଲା ଉକ୍ତ ମୁହୂର୍ତ୍ତକୁ ଭୁଲି ହେଉନି । ଗତଥର ଚନ୍ଦ୍ରଯାନ-୨ ସମୟରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଏଥର କିନ୍ତୁ ଚନ୍ଦ୍ରଯାନ-୩ ସଫଳ ହେବାକୁ ବାଧ୍ୟ ହୋଇଥିଲା। ୨୩ ଅଗଷ୍ଟରେ ଏଣିକି ଭାରତରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ। କାରଣ ଏହା ପଛରେ ଇସ୍ରୋ ବୈଜ୍ଞାନିକଙ୍କ ଦିନରାତିର ଅକ୍ଳାନ୍ତ ପରିଶ୍ରମ ଓ ତପସ୍ୟା ରହିଥିଲା। ଏହି ମିଶନକୁ ସଫଳ କରିବା ପାଇଁ ଆମ ବୈଜ୍ଞାନିକମାନେ ଇସ୍ରୋ ସେଣ୍ଟରରେ ଏକ କୁତ୍ରିମ୍ ଚନ୍ଦ୍ର ତିଆରି କରିବାକୁ ବି ପଛାଇଲେ ନାହିଁ। ଏହାପରେ ଉକ୍ତ ଚନ୍ଦ୍ର ଉପରେ ଚନ୍ଦ୍ରଯାନର ସଫଳ ପରୀକ୍ଷଣ କିପରି ହୋଇ ପାରିବ ବାରମ୍ବାର ତାହାର ଟେଷ୍ଟିଂ କରି ଚାଲିଥିଲେ। ତେଣୁ ଏହା ଏକ ପ୍ରକାର ସଫଳ ହେବାକୁ ବାଧ୍ୟ ହୋଇଥିଲା
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….