Report Card Odisha

| Daily Odia News

ଭାରତରୁ ମହାକାଶକୁ ଯିବେ ଏହି ମହିଳା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ ସଫଳତାର ସହ ଅବତରଣ କଲାପରେ ଭାରତର ମହାକାଶ ବିଜ୍ଞାନୀଙ୍କ ମନୋବଳକୁ ବୃଦ୍ଧି ହୋଇଛି । ଭାରତ ଆଗକୁ ସୂର୍ଯ୍ୟଙ୍କ ପାଇଁ ଆଦିତ୍ୟ ମିଶନ କରିବ । ଏହା ସହ ଗଗନଯାନ ଯୋଜନାରେ ମହାକାଶକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟରେ ମହାକାଶଚାରୀ ପ୍ରେରଣ କରାଯିବ । ଗଗନଯାନ ଯୋଜନାରେ ଭାରତ ମହାକାଶକୁ ବୋମ୍ୟମିତ୍ର ନାମକ ମହିଳା ରୋବଟ କୁ ପ୍ରେରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଭାରତ ମହାକାଶକୁ ବୋମ୍ୟମିତ୍ର ରୋବଟ ପ୍ରେରଣ କରିବାର ଯୋଜନା ରହିଥିବା ନେଇ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହି ରୋବଟ ମଣିଷର ସମସ୍ତ କାର୍ଯ୍ୟ କରିବ । ଏହା ସଫଳ ହେବାପରେ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ।

 

Breaking News