ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରେ ଯୋଗ ଦେବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ନିଜେ ସେ ଏହି ସୂଚନା ଦେଇଛନ୍ତି। କହିଛନ୍ତି ରାହୁଲ ଗାନ୍ଧିଙ୍କ ନେତୃତ୍ୱ ମୋତେ ଆକର୍ଷିତ କରିଛି। ସେଥିପାଇଁ ମୁଁ କଂଗ୍ରେସରେ ଯୋଗ ଦେବି ବୋଲି ସ୍ଥିର କରିଛି। ଆଜି ମୁଁ ଭୁବନେଶ୍ୱର ଯିବି। ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବି। ତାଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟକ୍ରମ ସ୍ଥିର ହେବ। ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଛନ୍ତି। ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ ଅଛି। ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଏମିତି ଅନେକ ସମସ୍ୟା ରହିଛି। ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି। ସେଥିପାଇଁ ଚାକିରି ଛାଡ଼ି ଚାଲିଆସିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..