Report Card Odisha

| Daily Odia News

ବଦଳିଲା ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ପୁଣି ବଦଳିଲା 5T ସଚିବ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ | ଗତ କିଛିଦିନ ତଳେ 5T ସଚିବଙ୍କ ସୁରକ୍ଷାକର୍ମୀ ପିଙ୍କ୍ ଓ ବ୍ଲୁ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ | ଏବେ ପୁଣି ପାଣ୍ଡିଆନଙ୍କ ସଭା ଜଗିଛନ୍ତି ଧଳା ପୋଷାକଧାରୀ। ଡ୍ରେସରେ ଲେଖାଯାଇଛି 5T। ହାତରେ ଧରିଛନ୍ତି ବାଡ଼ି। ଏହି ଯୁବକମାନେ କଂଗ୍ରେସ କର୍ମୀଙ୍କୁ 5T ସଚିବଙ୍କ ସଭାକୁ ନ ଯିବାକୁ ଅଟକାଉଛନ୍ତି। ଆଜି 5T ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଛି। ହେଲେ କଂଗ୍ରେସ ପକ୍ଷରୁ 5T ସଚିବଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଚାନ୍ଦମା ଖେଳପଡ଼ିଆରେ 5T ସଚିବଙ୍କ ସଭା ଚାଲିଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ପାଣ୍ଡିଆନ ବିରୋଧୀ ନାରା ଦେଇ ହାତରେ ପ୍ଲା କାର୍ଡ କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାର ଦେଖିବାକୁ ମିଳିଥିଲା।

Breaking News