ରିପୋର୍ଟ କାର୍ଡ / ନୁଆଦିଲ୍ଲୀ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ଆସନ୍ତା ସେପ୍ଟେମ୍ବର ୨ରେ ଉତ୍କ୍ଷେପଣ କରିବ ବୋଲି ଘୋଷଣା କରିଛି। ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ ହେବ। ଇସ୍ରୋର ପିଏସଏଲଭି ଏକ୍ସଏଲ ରକେଟ ଜରିଆରେ ଆଦିତ୍ୟ-ଏଲ୍୧ ମହାକାଶକୁ ପ୍ରେରଣ କରାଯିବ। ପ୍ରଥମେ ଏହି ମହାକାଶ ଯାନକୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କକ୍ଷପଥରେ ପରିବର୍ତ୍ତନ କରାଯିବ। ଶେଷରେ ମହାକାଶଯାନକୁ ଲାଗ୍ରାଞ୍ଜ ପଏଣ୍ଟ(ଏଲ୍-୧)ରେ ଛଡ଼ାଯିବ। ଏଲ୍-୧କୁ ଯାତ୍ରା ସମୟରେ ଏହା ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବ କ୍ଷେତ୍ର (ଏସଓଆଇ)ରୁ ମୁକ୍ତ ହେବ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..