Report Card Odisha

| Daily Odia News

ସ୍କୁଲରେ ଲାଗିଲା ନିଆଁ…..

ରିପୋର୍ଟ କାର୍ଡ / ପୁରୀ

ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଚିକା, ସ୍କୁଲ ଖାଲି କଲେ ପ୍ରଧାନଶିକ୍ଷକ । ଘଟଣାସ୍ଥଳରେ ଚାରିଛକ ପୋଲିସ, ଦମକଳ ବାହିନୀ, ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଥାଉକି, ପୁରୀ ଜିଲ୍ଲା ଚାରିଛକ ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକା । ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସ୍କୁଲକୁ ଖାଲି କରିଥିଲେ ପ୍ରଧାନ ଶିକ୍ଷକ । ଘଟଣା ସ୍ଥଳରେ ଚାରିଛକ ପୋଲିସ,ଦମକଳ ବାହିନୀ ସ୍ଥାନୀୟ ଲୋକ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ ପାଖରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରୋଷେଇ ବେଳେ ଗ୍ୟାସ ଲିକ୍ ହୋଇ ଅଫିର ରୁମ୍ ର କାଗଜ ପତ୍ର ପୋଡି ଯାଇଥିବା ସୂଚନା ରହିଛି ।

Breaking News