ରିପୋର୍ଟ କାର୍ଡ / କନ୍ଧମାଳ
ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ। ପିତସଙ୍କ ସ୍ତ୍ରୀ ଗତକାଲି ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ। ତାଙ୍କ ସାଥିରେ ହିମାଂଶୁଓ ସଲଟିଜନ୍ ସହ ଆଉ ଜଣେ ଶିଶୁ ଯାଇଥିଲେ। ପିତସଙ୍କ ସ୍ତ୍ରୀ ଚୁଆକୁ ପାଣି ଆଣି ଘରକୁ ଫେରିବା ପୂର୍ବରୁ ତିନି ଜଣ ଶତଶୁ ଘରକୁ ପଳାଇ ଆସିଥିଲେ। ଘରକୁ ଫେରିବା ବାଟରେ ହିମାଂଶୁ ଓ ସଲଟିଜନ ବାଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..