ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୫ ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୩ ପ୍ରଦାନ କରିବେ । ଚଳିତବର୍ଷଠାରୁ ଜାତୀୟ ଶିକ୍ଷକ ପୁରସ୍କାରର ପରିସର ବୃଦ୍ଧି କରାଯାଇଛି । ଏଥିମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ଶିକ୍ଷକ ଓ ଦକ୍ଷତାବୃଦ୍ଧି ମନ୍ତ୍ରଣାଳୟକୁ ସାମିଲ କରାଯାଇଛି । ଚଳିତବର୍ଷ ମୋଟ ୫୦ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକ ଓ ଦକ୍ଷତାବୃଦ୍ଧି ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକ ଏହି ପୁରସ୍କାର ଲାଭ କରିବେ। ଚଳିତବର୍ଷ ଓଡ଼ିଶାରୁ ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବି ନାରାୟଣ ସାହୁ ଏବଂ ସୁନିତା ସିଂହ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ପୁରସ୍କାର ବାବଦରେ ଏକ ମାନପତ୍ର, ୫୦ହଜାର ନଗଦ ଟଙ୍କା ଓ ରୌପ୍ୟ ପଦକ ଦିଆଯାଇଥାଏ । ପୁରସ୍କୃତ ହୋଇଥିବା ଶିକ୍ଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇବେ । ଶିକ୍ଷାଦାନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଥିବା ଓଡ଼ିଶାର ଶଶି ଶେଖର କରଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବି ନାରାୟଣ ସାହୁ ଏବଂ ସୁନିତା ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ଆପଣମାନଙ୍କ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେଉ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟ ବାର୍ତ୍ତାରେ କହିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..