ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୧୦୮ଟି ପ୍ରସଙ୍ଗକୁ ନେଇ ବିଜେପି ପ୍ରସ୍ତୁତ କରୁଛି ଚାର୍ଜସିଟ୍ । ଫାଇଭ-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ରାଜ୍ୟ ସରକାରଙ୍କ ବିଫଳତା, କୋଇଲା ଦୁର୍ନୀତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ନ ଯିବା ପରି ୧୦୮ ଦଫା ନେଇ ଚାର୍ଜସିଟ୍ ପ୍ରସ୍ତୁତ କରୁଛି ବିଜେପି । ବିଜେପି କହିଛି, ବିଗତ ବର୍ଷମାନଙ୍କରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଅନେକ ଦୁର୍ନୀତି ହୋଇଛି । ଚାର୍ଜସିଟରେ ଏସବୁକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି । ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଚାଲିଛି। ତେଣୁ ପଞ୍ଚାୟତ, ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି ବିଜେପି କହିଛି। ସେପଟେ କଂଗ୍ରେସ କହିଛି ଲିଫଲେଟ୍ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଛାପି ଦଳ ଲୋକଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..