Report Card Odisha

| Daily Odia News

ବୈଠକ ଡାକିଲେ ସୋନିଆ ଗାନ୍ଧୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ଡାକିଛନ୍ତି। ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ପରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଅର୍ଥାତ୍‌ ସୋମବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁଯାୟୀ, ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋବାକୁ ଥିବା ପ୍ରସଙ୍ଗ ଏବଂ କଂଗ୍ରେସର ରଣନୀତି ଏହି ବୈଠକରେ ଆଲୋଚନା ହେବ। ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ସାଂସଦଙ୍କ ଏକ ବୈଠକ ଡକାଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ୧୮ ସେପ୍ଟେମ୍ବରରୁ ୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।

Breaking News