ରିପୋର୍ଟ କାର୍ଡ / ପାଟନା
ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ନୀତିଶ କୁମାରଙ୍କୁ ଖସି ପଡ଼ୁଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ପାଟନା ୟୁନିଭରସିଟିର ହ୍ଵିଲର ସିନେଟ ହାଉସ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବାକୁ ପହଞ୍ଚିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକରଙ୍କ ସହିତ ଉପସ୍ଥିତ ଥିବା ଦୁଇ ନେତା ଉଦଘାଟନ ସ୍ଥଳରେ ପରଦା ହଟାଇବା ଡୋରୀକୁ ଖୋଲୁଥିଲେ। ଏହି ସମୟରେ ନୀତିଶ କୁମାରଙ୍କ ପାଦ ଖସିଯାଇଥିଲା । ଆଉ ସେ ତଳେ ପଡିଯାଇଥିଲେ । ଏତିକି ବେଳେ ତାଙ୍କ ପାଖରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଧରିପକାଇଥିଲେ। ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚି ନଥିବା ସୂଚନା ରହିଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..