ରିପୋର୍ଟ କାର୍ଡ / କଟକ
ଭୟଙ୍କର ରେଳ ଦୁର୍ଘଟଣାରୁ ରକ୍ଷା ମିଳିଛି ! |କଟକ ଜଗତପୁର ନିକଟରେ ଗୋଟିଏ ଲାଇନରେ ଦୁଇଟି ମେମୁ ଟ୍ରେନ ପାଖା ପାଖି ଆସିଯାଇ ଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ଦେଖା ଦେଇଥିଲା । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅନ ଔଉପଚାରିକ ଭାବେ ସଫେଇ ଦେଇଛନ୍ତି ଯେ, ଏହା ରେଳବାଇର ଏକ ସ୍ୱାଭାବିକ କାର୍ଯ୍ୟକ୍ରମ । ଏଥିରେ କୌଣସି ଭୟ କରିବାର ଆବଶ୍ୟକତା ନାହିଁ । ଦୁଇଟି ଯାକ ମେମୁ ଟ୍ରେନ ଗୋଟିଏ ଲାଇନରେ ଥିଲା ସତ କିନ୍ତୁ ସାମ୍ନା ସାନ୍ନି ଅବସ୍ଥାରେ ନୁହେଁ । ବରଂ ଟ୍ରେନ ଦୁଇଟି ଯାକ ପଛକୁ ପଛ ଥିଲା । ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ ମିଟରର ଦୂରତା ରଖା ଯାଇଥିଲା । ନୂଆ କରି ସିଗ୍ନାଲ କାମ କରାଯାଉ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……