ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡ୍ରାଇଭିଂ ଲାଇସେନ୍ସଠୁ ଆରମ୍ଭ କରି ଗାଡ଼ି କାଗଜପତ୍ର ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଏଣିକି ସହଜରେ କ୍ୟାମ୍ପ ଅଫିସରେ ଉପଲବ୍ଧ ହେବ । ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆରଟିଓ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୫୪ଟି ସ୍ଥାନରେ କ୍ୟାମ୍ପ ଅଫିସ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହି କ୍ୟାମ୍ପ ଅଫିସଗୁଡ଼ିକ ସମ୍ପୃକ୍ତ ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ । ସମ୍ପୃକ୍ତ ଆରଟିଓମାନେ ନିଜ ନିଜ ଅଂଚଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ବିଭିନ୍ନ ପରିବହନ ସେବା ଯୋଗାଇ ଦେବାକୁ ଉପସ୍ଥିତ ରହିବେ । ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ଟି କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଥିବା ନେଇ ଅବଗତ କରାଯାଇଛି । ରାଜ୍ୟ ପରିବହନ କମିଶନର ଗତ ଅଗଷ୍ଟ ୨୩ତାରିଖରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଆଧାର କରି ରାଜ୍ୟ ସରକାର ଏହି ଅନୁମତି ଦେଇଛନ୍ତିି । ଏସବୁ କ୍ୟାମ୍ପ ଅଫିସ୍ ସେହି ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ ଓ ଆରଟିଓ ଅଫିସରେ ଭିଡ଼ ହ୍ରାସ କରାଇବ ବୋଲି ଜଣାପଡ଼ିଛି ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..