ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ କୋର୍ଟ ସମନ କରିଛନ୍ତି । ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିବା ଜଣାପଡିଛି | ସୁନୀତା ଜନ ପ୍ରତିନିଧି ଆଇନ ୧୯୫୧ର ଉଲ୍ଲଙ୍ଘନ କରି ଦୁଇଟି ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ ଦର୍ଶାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି କୋର୍ଟ ଆଜି ସୁନୀତାଙ୍କୁ ସମନ କରିଛନ୍ତି। ତାଙ୍କୁ ନଭେମ୍ବର ୧୮ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଅରଜିନ୍ଦର କୌର କହିଛନ୍ତି, ଅଭିଯୋଗକାରୀଙ୍କ ବୟାନ ଓ ସାକ୍ଷୀମାନଙ୍କ କଥା ଶୁଣିବା ପରେ ପ୍ରାଥମିକ ଭାବେ ଅଭିଯୁକ୍ତ ସୁନୀତା କେଜ୍ରିୱାଲ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ୁଛି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..