Report Card Odisha

| Daily Odia News

ରେଳଧାରଣାରେ ପଡିଛି ଗଛ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ…..

ରିପୋର୍ଟ କାର୍ଡ / ବାରିପଦା

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଳଷ୍ଟେସନରୁ ୨୦୦ମିଟର ଦୂରରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡିଛି । ଫଳରେ କିଛି ସମୟ ପୂର୍ବରୁ ସେହି ସ୍ଥାନ ଅତିକ୍ରମ କରି ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି । ଶାଳଗଛ ପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡିବାରୁ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଟ୍ରେନ ଆଗକୁ ଯାଇପାରିନି । ଖବରପାଇ ବେତନଟୀ ଓ ରେଳବାଇ ପୋଲିସ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ ଗଣ୍ଡି ଓ ଡାଳ ହଟାଇବା ଆରମ୍ଭ ହୋଇଛି । ରେଳବାଇ ବିଦ୍ୟୁତ ଇଞ୍ଜିନିୟର ଓ କର୍ମଚାରୀକୁ ଧରି ଏକ ମରାମତି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ ଖଡ଼ଗ୍ପୁର ଆସିବା ପରେ ସ୍ବଭାବିକ ସ୍ଥିତି ପାଇଁ ୪/୫ଘଣ୍ଟା ସମୟ ଲାଗିବ ବୋଲି ଜଣାପଡିଛି ।

Breaking News