ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଜାପାନ ଏକ ସ୍ବଦେଶନିର୍ମିତ ମହାକାଶଯାନ ‘ସ୍ଲିମ୍’କୁ ଚନ୍ଦ୍ର ଉଦ୍ଦେଶ୍ୟରେ ପ୍ରେରଣ କରିଛି। ସ୍ବଦେଶୀ ଏଚ୍-ଆଇଆଇଏ ରକେଟ୍ରୁ ଉତ୍କ୍ଷେପିତ ଏହି ଯାନ ୨୦୨୪ ଫେବ୍ରୁଆରି ମାସରେ ଚନ୍ଦ୍ରରେ ପଦାର୍ପଣ କରିବା ଆଶା କରାଯାଉଛି। ତାହା ଯଦି ସଫଳ ହୁଏ, ତେବେ ଚନ୍ଦ୍ରରେ ଅବତରଣ କରିବାରେ ଜାପାନ ହେବ ଭାରତ ପରେ ପଞ୍ଚମ ରାଷ୍ଟ୍ର। ଜାପାନ ମହାକାଶ ସଂସ୍ଥା (ଜାକ୍ସା) କହିଛି ଯେ, ଯୋଜନା ଅନୁଯାୟୀ ତାନେଗାସିମା ମହାକାଶ କେନ୍ଦ୍ରରୁ ଏହା ସ୍ମାର୍ଟ ଲ୍ୟାଣ୍ଡର ଫର୍ ଇନ୍ଭେଷ୍ଟିଗେଟିଂ ମୁନ୍ (ସ୍ଲିମ୍)କୁ ସଫଳତାର ସହ ଉତ୍କ୍ଷେପଣ କରିଛି। ଖରାପ ପାଣିପାଗ ଯୋଗୁ ଗତମାସରେ ସପ୍ତାହକ ଭିତରେ ତିନିଥର ଏହି ଉତ୍କ୍ଷେପଣ ଯୋଜନାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ‘ମୁନ୍ ସ୍ନିପର’ ବୋଲି କୁହାଯାଉଥିବା ଏହି ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଲକ୍ଷ୍ୟସ୍ଥଳର ୧୦୦ ମିଟର ଭିତରେ ଅବତରଣ କରିବ। ୧୦୦ ନିୟୁତ ଡଲାରର ଏହି ମିସନ ଆସନ୍ତାବର୍ଷ ଫେବ୍ରୁଆରି ସୁଦ୍ଧା ଚନ୍ଦ୍ରରେ ଅବତରଣକରିବା ଆଶା କରାଯାଉଛି। ଚନ୍ଦ୍ରରେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣର ତିନି ସପ୍ତାହ ପରେ ଜାପାନ ଏହି ଚନ୍ଦ୍ରଯାନ ‘ସ୍ଲିମ୍’କୁ ଲଞ୍ଚ କରିଛି।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..