ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୬ ରାଜ୍ୟରେ ୭ ବିଧାନସଭା ଆସନରେ ଆଜି ଭୋଟ୍ ଗଣତି ହେଉଛି। ତ୍ରିପୁରାରେ ବିଜେପି ୨ଟି ଯାକ ଆସନ ତଥା ଧାନପୁର ଏବଂ ବକ୍ସନଗରରେ ଜିତିଛି। ଉକ୍ତ ୨ଟି ଆସନରେ ବିଜେପି ସିପିଆଇଏମ୍କୁ ହରାଇଛି। ଅନ୍ୟ ୫ଟି ଆସନରେ ଗଣତି ଜାରି ରହିଛି। ତ୍ରିପୁରା ସମେତ ଉତ୍ତରପ୍ରଦେଶର ଘୋଷି, ଝାଡ଼ଖଣ୍ଡର ଡୁମରି, କେରଳର ପୁଥୁପଲ୍ଲି, ଉତ୍ତରାଖଣ୍ଡର ବାଗେଶ୍ବର , ପଶ୍ଚିମବଙ୍ଗର ଧୁପଗୁଡ଼ିରେ ଗତ ସେପ୍ଟେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ପଶ୍ଚିମବଙ୍ଗର ଧୁପଗୁଡ଼ିରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ତାପସି ରାୟ ଧୁପଗୁଡ଼ିରେ ଆଗୁଆ ରହିଛନ୍ତି। ଉତ୍ତରପ୍ରଦେଶର ଘୋଷିରେ ମଧ୍ୟ ଗଣତି ଜାରି ରହିଛି। ଏଠାରେ ସମାଜବାଦୀ ପାର୍ଟିର ସୁଧାକର ସିଂହ ଆଗୁଆ ରହିଛନ୍ତି। ଉତ୍ତରାଖଣ୍ଡର ବାଗେଶ୍ବରରେ ବିଜେପି ଆଗୁଆ ରହିଛି। କେରଳର ପୁଥୁପଲ୍ଲିରେ କଂଗ୍ରେସ ଆଗୁଆ ରହିଛି। ଝାଡ଼ଖଣ୍ଡର ଡୁମରିରେ ଏନଡିଏ ପ୍ରାର୍ଥୀ ଯଶୋଦା ଦେବୀ ଆଗୁଆ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ ହେବାପରେ ଏହା ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ପ୍ରଥମ ନିର୍ବାଚନ। ତେଣୁ ଏହି ନିର୍ବାଚନ ଫଳ ଉପରେ ସମସ୍ତଙ୍କର ନଜର ରହିଛି।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..