ରିପୋର୍ଟ କାର୍ଡ / କଟକ
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରିକଲା କମିଶନରେଟ୍ ପୋଲିସ | ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ ସସମ୍ୟା ବଢ଼ି ଯାଇଥିଲା। ଏହାପରେ ପୋଲିସ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଉ ଧରା ଦେଇ ନ ଥିଲେ ସୌରିନ।ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ବିବାହିତ ହୋଇଥିବା ସତ୍ତ୍ୱେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ଏହାପରେ ଯୁବତୀଜଣକ ଦୂରେଇ ଯିବାକୁ ଚେଷ୍ଟା କରିବାରୁ ସୌରିନ ତାଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ କରିବା ସହ କ୍ୟାରିୟର ଶେଷ କରିବାର ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ପୀଡ଼ିତାଙ୍କ କହିବାନୁଯାୟୀ, ସୌରିନ ମୋ’ଠାରୁ ଟଙ୍କା ନେଇ ଫେରାଉ ନ ଥିଲେ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……