Report Card Odisha

| Daily Odia News

ଏଏସ୍‌ଆଇ ଓ କନଷ୍ଟେବଲ ନିଲମ୍ବିତ…..

ରିପୋର୍ଟ କାର୍ଡ / କଟକ

ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୋଲିସ କର୍ମଚାରୀ ନିଲମ୍ବନ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। ଆଜି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସୂଚନା ଅନୁସାରେ- ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବୋମାମାଡ଼ କରିବା ସହିତ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଥିବା ବିରଞ୍ଚି ମନ୍ତ୍ରୀ ଫେରାର ହୋଇଯାଇଥିଲେ। ଗତ ୮ ତାରିଖରେ ସେ ତାଙ୍କ ଘରକୁ ଆସିଥିବା ନେଇ ଆଠଗଡ଼ ଥାନା ପୋଲିସ ଖବର ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ପୋଲିସ ଘରୁ ଉଠାଇ ଆଣିଥିଲା ଓ ଥାନା ହାଜତରେ ରଖିଥିଲା।ଗତ ୯ ତାରିଖ ସକାଳେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଆଠଗଡ଼ ଥାନା ହାଜତରୁ ଫେରାର ହୋଇଯାଇଥିଲେ।

Breaking News