Report Card Odisha

| Daily Odia News

ବାପା-ଜେଜେବାପାକୁ ହତ୍ୟା…..

ରିପୋର୍ଟ କାର୍ଡ /ନୂଆଦିଲ୍ଲୀ 

ବାପାକୁ ହତ୍ୟା କରିବା ସମୟରେ ଜେଜେବାପା ଉଠିବାରୁ ଜେଜେବାପାକୁ ବି ମାରିଦେଲା ନାତି। ପ୍ରମାଣ ନଷ୍ଟ କରିବାକୁ ଯାଇ ଜେଜେବାପାକୁ ହତ୍ୟା କରିଛି। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଜଣେ ୨୧ ବର୍ଷୀୟ ଯୁବକଏଭଳି ହତ୍ୟାକାଣ୍ଡ ଭିଆଇଛି | ପୋଲିସର ସୂଚନା ଅନୁସରେ- ଜସ୍ମିନ ନାମକ ଜଣେ ଯୁବକ ତାଙ୍କ ପିତା ବିକ୍ରମଜିତ ରାଓ ଏବଂ ଜେଜେବାପା ରାମକୁମାରଙ୍କୁ ଉତ୍ତର ପ୍ରଦେଶର ଏକ ନିର୍ମାଣାଧୀନ ଫିଲ୍ମ ଷ୍ଟୁଡିଓରେ ହତ୍ୟା କରିଛି। ଶୋଇଥିବା ସମୟରେ ଜେଜେବାପା ଓ ବାପାଙ୍କୁ ହତ୍ୟା କରିଛି ଜସ୍ମିନ। ବାପା ତାଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିବା ସହ ନିର୍ଯାତନା ଦେଉଥିଲେ। ଏହି କାରଣରୁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କ ମାଆ ସେମାନଙ୍କୁ ନେଇ ମାମୁଁଘରେ ରହୁଥିଲେ। ଜସ୍ମିନଙ୍କ ସମେତ ତାଙ୍କ ଅନ୍ୟ ଭାଇ-ଭଉଣୀ ମାଆଙ୍କ ସହ ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ରହୁଥିବା ବେଳେ ତାଙ୍କ ବାପା ଓ ଜେଜେବାପା ଗୋଟିଏ ଫିଲ୍ମ ଷ୍ଟୁଡ଼ିଓରେ ରହୁଥିଲେ। ଜସ୍ମିନଙ୍କ ବାପା ଜଣେ ସ୍କ୍ରିପ୍ଟ ରାଇଟର। ଜସ୍ମିନଙ୍କ ବାପା ଓ ମାଆ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ଅଛି। କିନ୍ତୁ ତାଙ୍କ ବାପା ସେମାନଙ୍କୁ ଆର୍ଥିକ ସାହାଯ୍ୟ କରୁ ନଥିବା ବେଳେ ସେମାନଙ୍କୁ ଜମି ବିକ୍ରି କରିବାରେ ମଧ୍ୟ ସାହାଯ୍ୟ କରୁନଥିଲେ। ଏପରିକି ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗ କରିଛିନ୍ତି ଜସ୍ମିନ। ଏସବୁ ମଧ୍ୟରେ ଜସ୍ମିନ ତାଙ୍କ ବାପାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ସେ ତଙ୍କ ବାପା ରହୁଥିବା ଏକ ନିର୍ମାଣାଧୀନ ଫିଲ୍ମ ଷ୍ଟୁଡିଓକୁ ଯାଇଥିଲେ। ସେପ୍ଟେମ୍ବର ୭ରରାତିରେ ବାପା ଶୋଇଥିବା ସମୟରେ ଜସ୍ମିନ ତାଙ୍କ ମୁହଁ, ବେକ ଓ ମୁଣ୍ଡକୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ସମୟରେ ଶବ୍ଦ ଶୁଣି ତାଙ୍କ ଜେଜେବାପା ଉଠି ପଡିଥିଲେ। ଜେଜେବାପାଙ୍କୁ ବି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାରେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରକୁ ଲାଟିନରେ ଫିଙ୍ଗି ଛାତ ଡେଇଁ ସେଠାରୁ ଚାଲି ଆସିଥିଲା ଜସ୍ମିନ। ଘରେ ଆସି ରକ୍ତ ଜୁଡୁବୁଡୁ ପୋଷାକକୁ ମଧ୍ୟ ଧୋଇ ସଫା କରି ଦେଇଥିଲା। ପରେ ପୋଲିସ ମୃତଦେହ ଜବତ କରି ଖୋଳତାଡ଼ କରିଥିଲା। ଏହି ସମୟରେ ପୋଲିସର ସନ୍ଦେହ ଘେରକୁ ଆସିଥିଲା ଜସ୍ମିନ। ପଚରା ଉଚରା ସମୟରେ ସବୁ ସତ ମାନିଛି। ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିବା ସହ ଜସ୍ମିନକୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି ପୋଲିସ|

Breaking News