ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, “ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ। ପ୍ରଦୂଷଣକୁ ଦେଖି ଗତ ତିନି ବର୍ଷ ଧରି ଦିଲ୍ଲୀ ସରକାର ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଆସୁଛନ୍ତି। ଗତ ପାଞ୍ଚ-ଛଅ ବର୍ଷ ମଧ୍ୟରେ ଆମେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଦେଖିଛୁ। କିନ୍ତୁ ଏହାକୁ ଆହୁରି ଉନ୍ନତ କରିବାକୁ ପଡିବ। ତେଣୁ ଚଳିତ ବର୍ଷ ମଧ୍ୟ ବାଣ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛୁ।”






More Stories
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..