ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ସକାଳୁ ସମ୍ବଲପୁରର ମହାନଦୀକୁ ଡେଇଁ ନିଖୋଜ ହୋଇଗଲେ ବ୍ୟକ୍ତି। ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ। ଘଟଣା ସମୟରେ ବହୁ ଲୋକ ମଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଏବେ ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଥିବାରୁ ନଦୀରେ ପାଣି ଅଳ୍ପ ଅଛି। ତେଣୁ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ପାରିଛି ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..