Report Card Odisha

| Daily Odia News

ଅଶୋକ ଗେହଲଟଙ୍କ ସପକ୍ଷରେ ସଚିନ ପାଇଲଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରକୁ ଟାର୍ଗେଟ କରିଛନ୍ତି | ପ୍ରଥମଥର ପାଇଁ ଗେହଲଟ ସରକାରଙ୍କ ସପକ୍ଷରେ ବାହାରିଛନ୍ତି ସଚିନ ପାଇଲଟ। ପାଲଟ କହିଛନ୍ତି, ରାଜ୍ୟର କ୍ଷମତାସୀନ କଂଗ୍ରେସ ସରକାର ସବୁ ଘଟଣାକୁ ଠିକ ଭାବେ ମୁକାବିଲା କରିଛି ଓ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ତୁଳନାରେ ରାଜସ୍ଥାନ ସ୍ଥିତ ଭଲ ରହିଛି। ପାଇଲଟ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି। କ୍ଷମତାସୀନ ବିଜେପି ସରକାର କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ କ୍ଷମତାକୁ ଆସିବା ପାଇଁ ଧର୍ମର ସାହାରା ନେଉଛି ବୋଲି ପାଇଲଟ କହିଛନ୍ତି। ରବିବାର ରାଜସ୍ଥାନର ଟଙ୍କ ଅନ୍ତର୍ଗତ ନିୱାଇରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ସାଧାରଣ ସଭା କରିଥିଲେ। ତେବେ ରାଜସ୍ଥାନରେ ମହିଳା ବିରୋଧୀ ହିଂସା ବେଳେ ପ୍ରିୟଙ୍କା ଆସି ନଥିଲେ ଓ ଏବେ ଭୋଟ ମାଗିବାକୁ ଆସିଥିବା କଥା କହି ବିଜେପି ତାଙ୍କୁ ଟାର୍ଗେଟ କରିଥିଲା। ଏହାର ଜବାବ ଦେଇ ପାଇଲଟ କହିଛନ୍ତି, “ବିରୋଧୀ ଦଳ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି। ଯେତେବେଳେ ବି ରାଜ୍ୟରେ କୌଣସି ଘଟଣା ଘଟୁଛି ସେତେବେଳେ ଉଚିତ ପଦକ୍ଷେପ ନିଆଯାଉଛି ଓ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରା ଯାଉଛି। ଏପରି ଘଟଣା ସବୁ ଯେକୌଣସି ସ୍ଥାନରେ ଘଟିପାରେ। କିନ୍ତୁ ଆମେ ତତ୍କାଳ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଆମେ ଏପରି ଘଟଣାକୁ ଅଟକାଇବା ପାଇଁ ଶତପ୍ରତିଶତ ଚେଷ୍ଟା କରୁଛୁ। ଅନ୍ୟ ରାଜ୍ୟରେ ଯାହା ସବୁ ଘଟୁଛି, ତାକୁ ମଧ୍ୟ ଦେଖିବା ଦରକାର। ଅପରାଧର ଗ୍ରାଫ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଅଧିକ ଉଚ୍ଚରେ ରହିଛି। କିନ୍ତୁ ବିଜେପି ନେତା ଏଠାରେ ଏହାକୁ ପ୍ରସଙ୍ଗ କରୁଛନ୍ତି। କାରଣ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି।” ସଚିନ ପାଇଲଟ କହିଛନ୍ତି, ଯେଉଁ ବିଜେପି ନେତାମାନେ ଏବେ ଆଇନ ଶୃଙ୍ଖଳା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନଙ୍କର ଦେଖା ୫ ବର୍ଷ ହେଲା ନଥିଲା। ଏବେ ନିର୍ବାଚନ ଆସୁଥିବାରୁ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସେ ଆହୁରି କହିଛି ଯେ ଜି-୨୦ ବୈଠକକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କୁ ସରକାର ନିମନ୍ତ୍ରଣ କରିବାର ଥିଲା। ଯଦି ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ଥାଆନ୍ତା, ତା’ହେଲେ ପୂରା ବିଶ୍ୱ ଜାଣି ଥାଆନ୍ତା ଯେ ଦେଶ ଏକ ହୋଇ ଅଛି।

 

Breaking News