ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ ଝଟକା ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରିୟ ଜନତା ଦଳ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁୁ ସିବିଆଇକୁ ଅନୁମତି ଦେଇଛି। ସିବିଆଇ ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟକୁ ସୂଚନା ଦେଇଛି ଯେ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ହୋଇଥିବା ଜମି ବଦଳରେ ଚାକିରି ଦେବା ମାମଲାରେ ଏକ ନୂତନ ଚାର୍ଜଶିଟ ସମ୍ବନ୍ଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିଛି। ସିବିଆଇ କହିଛି ଯେ, ତଥାପି ଏହି ୩ ରେଳ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ଏକ ସପ୍ତାହ ମଧ୍ୟରେ ଅବଶିଷ୍ଟ ମଞ୍ଜୁରୀ ମିଳିବା ନେଇ ଆଶା କରାଯାଉଛି ବୋଲି ସିବିଆଇ କହିଛି। ଏହି ସମୟ ମଧ୍ୟରେ ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..