Report Card Odisha

| Daily Odia News

ଯାତ୍ରୀବାହୀ ବସ୍‌ ଦୁର୍ଘଟଣା,୧୧ ମୃତ, ୧୨ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ ଜୟପୁର-ଆଗ୍ରା ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଗୋଟାଏ ବସ୍‌ ଉପରେ ଗୋଟାଏ ଟ୍ରକ୍‌ ଧକ୍କାଖାଇହୋଇଥିଲା | ଫଳରେ ଅନ୍ୟୂନ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୨ଜଣ ଯାତ୍ରୀ ଆହତ ହୋଇଥିବା କଥା ପୋଲିସ ପକ୍ଷରୁ ସୂଚନା ମିଳିଛି । ସଂଗୃହୀତ ସୂଚନା ଅନୁସାରେ, ଉକ୍ତ ବସ୍‌ ଗୁଜରାଟର ଭାବନଗରରୁ ଉତ୍ତର ପ୍ରଦେଶର ବୃନ୍ଦାବନ ଅଭିମୁଖେ ଯାଉଥିବା ବେଳେ ପାହାନ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଣେ ଯାତ୍ରୀଙ୍କ କହିବା ଅନୁସାରେ, କୌଣସି କାରଣରୁ ଖରାପ ହୋଇଯିବାରୁ ସେ ବସ୍‌ ରାଜପଥରେ ଥିବା ଗୋଟାଏ ପୋଲ ଉପରେ ଠିଆ ହୋଇଥିଲା। କିଛି ଯାତ୍ରୀ ଓହ୍ଲାଇ ଯାଇ ବସ୍‌ ପଛ ପଟରେ ଠିଆ ହୋଇଥିଲେ। ଏତିକି ବେଳେ ପଛ ଆଡୁ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଆସି ବସ୍‌ ଉପରେ ଧକ୍କା ଖାଇଲା। ପୋଲିସ କହିଛି ଯେ, ତେଲ ସରିଯିବାରୁ ସେ ବସ୍‌ ଲଖନପୁର ଅଞ୍ଚଳରେ ଥିବା ଅନ୍ତରା ଫ୍ଲାଏ ଓଭର୍‌ ଉପରେ ଅଟକି ଥିବା ବଳେ ପଛଆଡୁ ଗୋଟାଏ ଟ୍ରଲର୍‌ ଟ୍ରକ୍‌ ଆସି ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଓଲଟି ପଡ଼ିଲା। ଘଟଣାସ୍ଥଳରେ ୫/୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନେ ବସ୍‌ର ସବା ପଛ ଧାଡ଼ି ସିଟ୍‌ରେ ବସିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେମାନେ ଚିକିତ୍ସାଧୀନ ଅଛନ୍ତି। ମୃତବ୍ୟକ୍ତିଙ୍କ ଶବଗୁଡ଼ିକୁ ମଧ୍ୟ ଡାକ୍ତରଖାନା ନିଆଯାଇଛି। ମୃତ ଯାତ୍ରୀମାନଙ୍କ ମଧ୍ୟରେ ୬ଜଣ ମହିଳା ଅଛନ୍ତି। ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News