Report Card Odisha

| Daily Odia News

୨ ଲଶ୍କର-ଇ-ତୋଏବା ଆତଙ୍କୀ ଘେରାବନ୍ଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି। ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କଲେ ସୁରକ୍ଷାକର୍ମୀ। ଗତକାଲି ଜିଲ୍ଲାରେ ତିନି ଜଣ ସୁରକ୍ଷାକର୍ମୀ ସହିଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିଲା। ଗତକାଲି ଜମ୍ମୁ କାଶ୍ମୀର ଅନନ୍ତନାଗ ଏବଂ ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଏ‌ଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାୟୁନ ସହିଦ ହୋଇଛନ୍ତି। ଆଜି ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଛନ୍ତି ସୁରକ୍ଷାକର୍ମୀ |

Breaking News