Report Card Odisha

| Daily Odia News

ଚନ୍ଦ୍ରବାବୁଙ୍କ ସହ ମେଣ୍ଟ କରିବେ ପୱନ କଲ୍ୟାଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ମେଣ୍ଟ କରିବ ଜନସେନା ପାର୍ଟି | ଏନେଇ ଆଜି ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ସକ୍ରିୟ ଥିବା ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ମେଣ୍ଟ କରିବ। ସୂଚନାଯୋଗ୍ୟ ଯେ, ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରାଯିବା ପରଠାରୁ ପୱନ କଲ୍ୟାଣ ରାଜ୍ୟର ୱାଇଏସଆର ଜଗନମୋହନ ରେଡ୍ଡୀ ସରକାରଙ୍କ ଉପରେ ଖପ୍ପା ଅଛନ୍ତି | ସୂଚନାଯୋଗ୍ୟ ଯେ ଟିଡିପି ସହିତ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ନିକଟ ଅତୀତରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଉଭା ହୋଇଛି। ଏଥି ସହିତ ଦଳ ସୀମିତ ଆସନରେ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ବିଷୟରେ ପୱନ କଲ୍ୟାଣ କହିଛନ୍ତି ଯେ ତେଲେଙ୍ଗାନାର କମ୍ ଆସନରେ ରାଜ୍ୟ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କ ଦଳ ମୁଖ୍ୟତଃ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କାମ କରେ | ପୱନ କଲ୍ୟାଣ କହିଛନ୍ତି ଯେ ତାଙ୍କ ଦଳ ୭ ରୁ ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ରାଜ୍ୟର ଗୋଟିଏ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ। ଉଲ୍ଲେଖ ଥାଉ କି ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କ୍ଷମତାକୁ ଫେରିବାକୁ ବିଜେପି ଏବେ ପୱନ କଲ୍ୟାଣ ଓ ଟିଡ଼ିପି ସହ ମିଶି ନିର୍ବାଚନ ଲଢ଼ିପାରେ | କାରଣ କିଛିଦିନ ପୂର୍ବରୁ ଏନଡିଏ ବୈଠକରେ ପୱନ ମଧ୍ୟ ଯୋଗଦେଇଥିଲେ |

 

Breaking News