ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳନ୍ତା ଟ୍ରେନ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ | ଏହା ଉଗ୍ରରୂପ ନେଇ ରକ୍ତପାତରରେ ପରିଣତ ହୋଇଯାଇଥିଲା । ଅତର୍କିତ ଭାବେ ବ୍ଲେଡରେ ୨ ଯୁବକଙ୍କ ତଣ୍ଟି କାଟି ଦେଲେ ଦମ୍ପତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍ ନିକଟରେ ଗାନ୍ଧିଧାମ-ପୁରୀ ଟ୍ରେନରେ । ଗୁରୁତର ଯାତ୍ରୀଦ୍ୱୟ ହେଲେ ନାଗେଶ୍ୱର ବେହେରା ଓ ବି. ଚନ୍ଦ୍ରଶେଖର ରାଓ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ଜଣଙ୍କ ଘର ଆନ୍ଧ୍ରରେ ବୋଲି ଜଣାଯାଇଛି। ନାଗେଶ୍ୱର, ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତି ବି ଗାନ୍ଧିଧାମ ପୁରୀ ଟ୍ରେନର ଗୋଟିଏ ବଗିରେ ବସିଥିଲେ। ହଠାତ୍ କୌଣସି କାରଣକୁ ଦେଇ ଦମ୍ପତିଙ୍କ ସହ ନାଗେଶ୍ୱର ଓ ଚନ୍ଦ୍ରଶେଖର ରାଓଙ୍କର କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦମ୍ପତି ଚଗଲା ନାୟକ ଓ ମିନତି ନାୟକ ବ୍ଲେଡ ସାହାଯ୍ୟରେ ସେମାନଙ୍କ ତଣ୍ଟି କାଟି ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଉକ୍ତ ଦମ୍ପତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..