Report Card Odisha

| Daily Odia News

ଟ୍ରେନରେ ଲାଗିଲା ନିଆଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହୁତୁହୁତୁ ହୋଇ ଜଳିଗଲା ଟ୍ରେନ ବଗ ।  କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ। ଆଜି ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି ଦୁର୍ଘଟଣା ଘଟିଛି । ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ନଷ୍ଟ ହୋଇଯାଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ମେମୁ ଟ୍ରେନଟି ସବୁଦିନ ଭଳି ଶୁକ୍ରବାର ମଧ୍ୟ ଗୋଧ୍ରା ଅଭିମୁଖେ ଯାଉଥିଲା। କିନ୍ତୁ ହଠାତ୍ ଜାକୋଟ ଷ୍ଟେସନ ନିକଟରେ ଏହାର ସବୁଠାରୁ ଶେଷରେ ଥିବା ବଗିରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ଲୋକମାନେ ବିଗିରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନ ପୋଡ଼ି କିମ୍ବା ଦଳାଚକଟାରେ କେହି ବି ମୃତାହତ ହୋଇ ନାହାନ୍ତି। ଖବର ପାଇ ଏକାଧିକ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୂରା ବଗିରେ ନିଆଁ ଲାଗି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ଏହାକୁ ଅଲଗା ବଗିକୁ ବ୍ୟାପିବାକୁ ଦେଇ ନଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା। ପୁଲିସ୍‌ କହିଛି ଯେ ଶେଷ ବଗିଟି ନିଆଁରେ ପୋଡ଼ି ଯାଇଛି। କିନ୍ତୁ ବାକି ବଗି ଗୁଡ଼ିକ ସୁରକ୍ଷିତ ରହିଛି। ସେହିପରି ନିଆଁ କେମିତି ଲାଗିଲା, ତା’ର ତଦନ୍ତ ରେଳବାଇ ଓ ପୁଲିସ୍‌ କରୁଥିବା ଜଣାପଡ଼ିଛି।

Breaking News