ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ରିପୋର୍ଟରୁ ଜଣାପଡିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।






More Stories
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..