Report Card Odisha

| Daily Odia News

୪ ଓଏଏସଙ୍କ ବଦଳି ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ବଦଳି କରିଥିଲେ | ପୂର୍ବରୁ ବଦଳି ହୋଇଥିବା ୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳିକୁ ବାତିଲ କରିଥିବାବେଳେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଏନଫୋର୍ସମେଂଟ୍ ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ତଦନ୍ତ) ଭାବେ ବଦଳି ହୋଇଛି । ଶ୍ରୀ ନାୟକ ଏବେ ବିଡିଏ ଏନଫୋର୍ସମେଂଟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବୋର୍ଡ ଅଫ ରେଭନ୍ୟୁ ଅତିରିକ୍ତ ସଚିବ ସନ୍ତୋଷୀ ସାହୁଙ୍କ ବଦଳିକୁ ବାତିଲ କରାଯାଇଛି । ଶ୍ରୀମତୀ ସାହୁଙ୍କ ବଦଳି ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ(ତଦନ୍ତ) ଭାବେ ହୋଇଥିଲା। ସେହିପରି ବରିଷ୍ଠ ଓଏଏସ୍ ସରିତା ଧନୱରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ଧନୱର ଏବେ ଓଡ଼ିଶା କୃଷି ଶିଳ୍ପ ନିଗମର ଜେନେରାଲ ମ୍ୟାନେଜର ଅଛନ୍ତି ଓ ତାଙ୍କର ବଦଳି ରାଜ୍ୟ ଯୋଗାଣ ନିଗମ ଜେନେରାଲ ମ୍ୟାନେଜର ଭାବେ ହୋଇଥିଲା । ତାଙ୍କର ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।

Breaking News