ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୀତା ମେହେଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ ଜଣାଶୁଣା ଲେଖିକା ଗୀତା ମେହେଟାଙ୍କ ପରଲୋକରେ ମୁଁ ଦୁଃଖିତ। ସେ ଏକ ବହୁମୁଖୀ ବ୍ୟକ୍ତିତ୍ବ ଥିଲେ। ତାଙ୍କର ବୁଦ୍ଧି, ଲେଖା ପ୍ରତି ଆଗ୍ରହ ଓ ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ବେଶ୍ ପରିଚିତ ଥିଲେ। ସେ ମଧ୍ୟ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ଆଗ୍ରହୀ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାରକୁ ସମବେଦନା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି କହିଛନ୍ତି ଯେ ଗୀତା ମେହେଟାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ପାରିବାରିକ ବନ୍ଧୁ ହୋଇଥିବାରୁ ତାଙ୍କ ସହ ବିତାଇଥିବା ସମୟ, ତାଙ୍କର ସ୍ନେହ, ଆତିଥ୍ୟତାକୁ ମନେପକାଇଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..